ସୀମା ଟପିଛି ତାଲିବାନୀଙ୍କ ବର୍ବରତା; ଖରାପ ଖାଦ୍ୟ ରାନ୍ଧିଲେ ମହିଳାଙ୍କୁ ମିଳୁଛି ମୃତ୍ୟୁ ଦଣ୍ଡ!

0

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ବିଚାରପତି ନଜଲା ଆୟୁବି କହିଛନ୍ତି ଯେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନେ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନେ ଲୋକଙ୍କ ଅଧିକାରକୁ ସମ୍ମାନ କରିବେ ଏବଂ ସେମାନଙ୍କୁ ଇସଲାମ ଅନୁଯାୟୀ କାର୍ଯ୍ୟ କରିବାକୁ ଏବଂ ଶିକ୍ଷିତ ହେବାକୁ ଅନୁମତି ଦେବେ।

 

ନଜଲା ଆୟୁବୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଆଫଗାନିସ୍ତାନର ମହିଳାମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ମହିଳାଙ୍କ ପ୍ରତି ଖରାପ ବ୍ୟବହାର ଏବଂ ହିଂସା ଭଳି ଅନେକ ମାମଲା ସାମ୍‌ନାକୁ ଆସିଛି। ଆୟୁବି ଏହା ମଧ୍ୟ କହିଛନ୍ତି ଯେ ଏଠାରେ ବର୍ବରତା ସୀମା ଟପିଛି। ଏଠାରେ ମହିଳାଙ୍କ ହାତ ରନ୍ଧା ଖାଦ୍ୟ ପସନ୍ଦ ନଆସିବାରୁ ତାଙ୍କୁ ଜିଅଁନ୍ତା ଜାଳିଦିଆଯିବା ଭଳି ଜଘନ୍ୟ କାଣ୍ଡ ମଧ୍ୟ ସାମ୍‌ନାକୁ ଆସିଛି।

 

ଆୟୁବୀ କହିଛନ୍ତି, “ସେମାନେ ମହିଳାଙ୍କୁ ଖାଦ୍ୟ ରାନ୍ଧିବା ପାଇଁ ବାଧ୍ୟ କରୁଛନ୍ତି। ଏଥିସହ ଗତ କିଛି ସପ୍ତାହ ମଧ୍ୟରେ ବହୁ ଯୁବକ ଯୁବତୀଙ୍କୁ କଫିନ୍‌ରେ ରଖାଯାଇ ପଡୋଶୀ ଦେଶକୁ ସେଠାରେ ଯୌନ ଦାସୀ ହେବାକୁ ପଠାଯାଇଥିଲା।”

 

ଉଲ୍ଲେଖନୀୟ କଥା ହେଉଛି, ୨୦ ବର୍ଷ ପରେ ତାଲିବାନ ପୁଣି ଥରେ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଛି।ତାଲିବାନ ଦେଶର ରାଷ୍ଟ୍ରିୟ ଭବନକୁ ମଧ୍ୟ କାବୁ କରିଛି।

Leave A Reply

Your email address will not be published.