ରାସ୍ତା ତଳକୁ ଖସି ପଡିଲା ଟ୍ରକ୍ଟର; ତଳେ ଚାପି ହୋଇଗଲେ ଦୁଇ ଭାଇ

0

ରାୟଗଡା: ରାୟଗଡା ଜିଲ୍ଲା ଗୁଡାରି ଥାନା ମଶାରିଗୁଡା ନିକଟରେ ଘଟିଛି ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି ଜଣାପଡିଛି। ସେମାନଙ୍କ ଘର କୋଲନରା ବ୍ଲକ୍ ରୋବାଡି ଗ୍ରାମରେ । ସେମାନଖଙ୍କ ନାଁ ସନ୍ତୋଷ କୁମୁରିକ ଓ ଶ୍ୟାମ କୁମୁରିକ ବୋଲି ଜଣାପଡିଛି ।

ଟ୍ରାକ୍ଟରଟି ମଶାରିଗୁଡାରୁ ଗୁମୁଡା ଅଭିମୁଖେ ଆସୁଥିଲା । ଏଥିରେ ବିଦ୍ୟୁତ ଖୁଣ୍ଡ ବୋଝେଇ ହୋଇ ଯାଉଥିଲା । ମଶାରୀଗୁଡା ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା। ଟ୍ରାକ୍ଟରରେ ଥିବା ଦୁଇ ଭାଇ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଗୁଡାରି ପୋଲିସ୍ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା । ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.