ବ୍ରିଜରୁ ନଦୀକୁ ଡେଇ ଆତ୍ମହତ୍ୟା ଉଦ୍ୟାମ କଲେ ଯୁବତୀ

0

କଣିହାଁ(୨୦।୮): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବ୍ରାହ୍ମଣୀ ନଦୀରେ ଥିବା ସମଲ ବ୍ୟାରେଜଠାରେ ଶନିବାର ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଏକ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କୌଣସି କାରଣରୁ ଯୁବତୀ ଜଣକ ଘରୁ ଚାଲିଆସି ସମଲ ବ୍ୟାରେଜ ବ୍ରିଜ୍‌ ଉପରୁ ନଦୀର ତଳମୁଣ୍ଡକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏପରିକି ବ୍ୟାରେଜ୍‌ର ଗେଟ ବନ୍ଦ କରାଯିବା ପରେ ସ୍ଥାନୀୟ କିଛି ଯୁବକ ଦୁଇ ଘଣ୍ଟାର ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରିଥିଲେ। କେଉଁ କାରଣ ପାଇଁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡି ନାହିଁ।

Leave A Reply

Your email address will not be published.