କରୋନାରୁ ହେଲେ ସୁସ୍ଥ

0

ଭୁବନେଶ୍ୱର(୨୦ା୮): ରାଜ୍ୟରୁ ଶନିବାର ଆଉ ୪୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୩,୩୬୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୦୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୦ ଏବଂ ଖୋର୍ଦ୍ଧାରୁ ୬୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବୌଦ୍ଧରୁ ୪୯, ନବରଙ୍ଗପୁର ୨୦, ବରଗଡ଼ ୧୯, କଳାହାଣ୍ଡି ୧୯, ସୋନପୁର ୧୪, ଝାରସୁଗୁଡ଼ା ୧୩, କଟକ ୧୧, ବାଲେଶ୍ୱର ୭, ଯାଜପୁର ୭, କେନ୍ଦ୍ରାପଡ଼ା ୭, ନୟାଗଡ଼ ୭, ପୁରୀ ୭, ଗଜପତି ୬, କୋରାପୁଟ ୬, କନ୍ଧମାଳ ୪, ରାୟଗଡ଼ା ୪, ଭଦ୍ରକ ୨, ଗଞ୍ଜାମରୁ ୨ ଏବଂ ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୧୪।

Leave A Reply

Your email address will not be published.