ମଧ୍ୟପ୍ରଦେଶରେ ପ୍ରକାଶ ଝା’ଙ୍କୁ ବିରୋଧ, ଆଶ୍ରମ-୩ ସେଟ୍ ଧ୍ୱସ୍ତ

0

ନୂଆଦିଲ୍ଲୀ: ପପୁଲାରିଟି ସହ ବିବାଦ ଘେରରେ ରହିଥଲା ୱେବ୍ ସିରିଜ୍ ଆଶ୍ରମର ଦୁଇଟି ସିଜିନ୍ । ତେବେ ତୃତୀୟ ସିଜିନର ସୁଟିଂ ପୂର୍ବରୁ ହିଁ ଏହି ୱେବ୍ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ବିରୋଧର ସମ୍ମୁଖୀନ ହୋଇଛନ୍ତି ।

 

ମଧ୍ୟପ୍ରଦେଶ ଭୋପାଳଠାରେ ଆଶ୍ରମ-୩ର ସୁଟିଂ ସେଟକୁ ଭାଙ୍ଗି ଧ୍ୱଂସ କରିଛନ୍ତି ବଜରଙ୍ଗ ଦଳ । ସିରିଜର ନାମ ପରିବର୍ତ୍ତନକୁ କେନ୍ଦ୍ର କରି ପ୍ରକାଶ ଝାଙ୍କ ଉପରକୁ ହୋଇଥିଲା କାଳିମାଡ । ଆଗାମୀ ଦିନରେ ଯଦି ସିରିଜର ନାମ ପରିବର୍ତ୍ତନ କରାନଯାଏ, ତେବେ ସୁଟିଂ କରିବାକୁ ଦିଆଯିବନି ବୋଲି ବଜରଙ୍ଗ ଦଳ ନେତା ସୁଶୀଲ ସୁଦେଲ ଧମକ ଦେଇଛନ୍ତି ।

 

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପ୍ରକାଶ ଝା ମୁର୍ଦ୍ଦାବାଦ, ବବି ଦିଓଲ ମୁର୍ଦ୍ଦାବାଦ ଓ ଜୟ ଶ୍ରୀରାମ ନାରା ଲଗାଇବା ସହ ବଜରଙ୍ଗ ଦଳର କର୍ମୀମାନେ ସୁଟିଂ ସେଟରେ ଭଙ୍ଗାରୁଜା କରିଥିଲେ । ସୁଟିଂ ୟୁନିଟ୍ ଉପରକୁ ପଥର ମାଡ ହୋଇଥିଲେ ହେଁ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବା ପରେ ମାମଲା ଶାନ୍ତ ପଡିଥିଲା ।

Leave A Reply

Your email address will not be published.